ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହର ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ହତ୍ୟାକାରୀ ଭାବେ ଆଜି ପୁଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣକ ଇନ୍ସପେକ୍ଟର ଶ୍ରୀ ସିଂହଙ୍କ ମୁଣ୍ଡକୁ ପ୍ରଥମେ ଏକ ଫାର୍ସାରେ ହାଣି ଦେଇଥିଲେ।
#BulandshahrViolence case: An accused who allegedly attacked Inspector Subodh Kumar with an axe, has been arrested by the police. An axe was recovered from his possession. He will be produced before the court today. pic.twitter.com/vLso8gRoIb
— ANI UP (@ANINewsUP) January 1, 2019
ବରିଷ୍ଟ ପୁଲିସଅଧିକ୍ଷକ ପ୍ରଭାକର ଚୌଧୁରୀ କହିଛନ୍ତି ଯେ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ଅନ୍ୟତମ ହତ୍ୟାକାରୀ ଅଭିଯୁକ୍ତ କାଳୁଆକୁ ମଙ୍ଗଳବାର ବଡ଼ି ଭୋରରୁ ଗିରଫ କରାଯାଇଛି। ଶ୍ରୀ ଚୋଧୁରୀଙ୍କ ସୂଚନା ଅନୁଯାୟୀ, ପ୍ରଥମେ କାଳୁଆ ଗଣ୍ଡଗୋଳର ସୁଯୋଗ ନଇ ଇନସପ୍ଟେର ଶ୍ରୀ ସିଂହଙ୍କ ମୁଣ୍ଡକୁ ଏକ ଫର୍ସାରେ ଚୋଟ ପକାଇଥିଲା। ପରେ ଅଭିଯୁକ୍ତ ପ୍ରଶାନ୍ତ ନାତ୍ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଇନ୍ସପ୍ଟେର ଶ୍ରୀ ସିଂହଙ୍କର ମୃତ୍ୟୁ ଘଟିଥିଲା। ପୂର୍ବରୁ ପୁଲଇସ ପ୍ରଶାନ୍ତଙ୍କୁ ଗିରଫ କରି ସାରି ଥିବା ବେଳେ ଆଜି କାଳୁଆକୁ ଆଜି ଗିରଫ କରାଯାଇଛି। ଉଭୟଙ୍କୁ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।